ନିମେସୁଲାଇଡ
ଏହା ଏକ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଯାହା ତୀବ୍ର ଯନ୍ତ୍ରଣା ଏବଂ ଋତୁଶୂଳ (ବେଦନା ଦାୟକ ଋତୁସ / From Wikipedia, the free encyclopedia
ନିମେସୁଲାଇଡ ହେଉଛି ଏକ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଯାହା ତୀବ୍ର ଯନ୍ତ୍ରଣା ଏବଂ ଋତୁଶୂଳ (ବେଦନା ଦାୟକ ଋତୁସ୍ରାବ) ପାଇଁ ବ୍ୟବହୃତ ହୁଏ ।[1] [2] ୧୫ ଦିନରୁ କମ୍ ସମୟ ପାଇଁ ଏହାକୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[1] ଅନ୍ୟାନ୍ୟ ଏନଏସଆଡି ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ପ୍ରମାଣ ନାହିଁ ବରଂ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହାକୁ ଦ୍ୱିତୀୟ ଧାଡ଼ି ଚିକିତ୍ସା ଭାବରେ ବିବେଚନା କରାଯାଏ ।[3] [1]
Clinical data | |
---|---|
AHFS/Drugs.com | International Drug Names |
Routes of administration | By mouth, rectal, topical |
Legal status | |
Legal status |
|
Pharmacokinetic data | |
Protein binding | >97.5% |
Metabolism | Liver |
Elimination half-life | 1.8–4.7h |
Excretion | Kidney (50%), fecal (29%) |
Identifiers | |
IUPAC name
| |
ECHA InfoCard | 100.052.194 |
Chemical and physical data | |
Formula | C13H12N2O5S |
Molar mass | ୩୦୮.୩୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ଯାହା ଯକୃତ ପ୍ରତିରୋପଣ ଆବଶ୍ୟକ କରେ ନଚେତ ମୃତ୍ୟୁ ହୋଇପାରେ ।[3] [1] [4] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପାକସ୍ଥଳୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[1] ଏହି ସମସ୍ୟା ଅନ୍ୟାନ୍ୟ ଏନଏସଆଡି ଗୁଡ଼ିକ ଅପେକ୍ଷା ଅଧିକ ହାରରେ ସୃଷ୍ଟି ହୋଇପାରେ ।[3] ଏହା ମୁଖ୍ୟତଃପ୍ରୋଷ୍ଟାଗ୍ଲାଣ୍ଡିନ୍ ତିଆରି କରୁଥିବା କକ୍ସ-୨ (COX-2)କୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[5]
୧୯୮୫ ମସିହାରୁ ୟୁରୋପର କିଛି ଅଂଶରେ ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଛି ।[1] ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ, କାନାଡ଼ା, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଜାପାନରେ ଏହା କଦାପି ବ୍ୟବହାର କରାଯାଇ ନାହିଁ ।[3] ସ୍ପେନ୍, ଆୟର୍ଲାଣ୍ଡ ଏବଂ ଫିନଲ୍ୟାଣ୍ଡ ସମେତ ଅନେକ ଦେଶରେ ଅନୁମୋଦନ ପ୍ରତ୍ୟାହାର କରାଯାଇଛି। [3]