ଋତୁଶୂଳ
ଋତୁସ୍ରାବ ସମୟରେ ଯନ୍ତ୍ରଣା / From Wikipedia, the free encyclopedia
ଋତୁଶୂଳ ବା କଷ୍ଟପ୍ରଦ ଋତୁସ୍ରାବ ବା ରଜକୃଚ୍ଛ ବା ଋତୁସ୍ରାବ ଯନ୍ତ୍ରଣା (ଇଂରାଜୀ ଭାଷାରେ Dysmenorrhea, ବା dysmenorrhoea ବା painful periods ବା menstrual cramps) ନାମ ଦିଆଯାଏ ଯେତେବେଳେ ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ । [1][2] ଋତୁସ୍ରାବ ଆରମ୍ଭ ହେବା ସମୟରେ ଏହା ଆରମ୍ଭ ହୁଏ । ଏହି ଯନ୍ତ୍ରଣା ୩ ଦିନରୁ କମ ସମୟ ରହେ । ପେଲଭିସ ବା ତଳ ପେଟରେ ଏହି କଷ୍ଟ ହୁଏ । ଅଣ୍ଟାବିନ୍ଧା, ତରଳ ଝାଡ଼ା ବା ଅଇ ଉଠିବା ଭଳି ଲକ୍ଷଣ ଦେଖାଯାଏ । [1]
ଋତୁଶୂଳ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Gynecology |
ଆଇସିଡ଼ି-୧୦ | N94.4-N94.6 |
ଆଇସିଡ଼ି-୯-ସିଏମ୍ | 625.3 |
ରୋଗ ଡାଟାବେସ | 10634 |
ମେଡ଼ିସିନ-ପ୍ଲସ | 003150 |
ଇ-ମେଡ଼ିସିନ | article/253812 |
Patient UK | ଋତୁଶୂଳ |
MeSH | D004412 |
ଅଳ୍ପ ବୟସ୍କା ଯୁବତୀଙ୍କର କୌଣସି ଅନ୍ତର୍ନିହିତ ସମସ୍ୟା ନ ଥାଇ କଷ୍ଟପ୍ରଦ ଋତୁସ୍ରାବ ହୁଏ । ବୟସ୍କା ମହିଳାଙ୍କର କ୍ଷେତ୍ରରେ ଜରାୟୁ ଫାଇବ୍ରଏଡ, ଆଡେନୋମାଇକୋସିସ ବା ଏଣ୍ଡୋମେଟ୍ରିଓସିସ ଯୋଗୁ ଏହି କଷ୍ଟ ହୁଏ । [3] ଯେଉଁମାନଙ୍କର ଅତ୍ୟଧିକ ଋତୁସ୍ରାବ, ଅନିୟମିତ ଋତୁସ୍ରାବ, ୧୨ ବର୍ଷ ବୟସ ପୂର୍ବରୁ ଋତୁସ୍ରାବ ଆରମ୍ଭ ହୋଇଥାଏ ଓ ଅଳ୍ପ ଓଜନ ବିଶିଷ୍ଟ ମହିଳା ହୋଇଥାନ୍ତି ସେମାନଙ୍କର ଏହି କଷ୍ଟ ସାଧାରଣତଃ ଅଧିକ ହୋଇଥାଏ । [1] ଯୌନ ସକ୍ରିୟ ମହିଳାଙ୍କର ପେଲଭିସ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [4] ଅସ୍ଥାନିକ ଗର୍ଭ, ପେଲଭିସ ପ୍ରଦାହ ରୋଗ, ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ସିଦ୍ଧ କରି ତାପରେ ଋତୁଶୂଳ ନିର୍ଣ୍ଣୟ କରାଯାଏ । [1]
ଶିଘ୍ର ପିଲା ଜନ୍ମ କରିଥିବା ଓ ବ୍ୟାୟାମ କରୁଥିବା ମହିଳାଙ୍କର ଋତୁଶୂଳ କମ ହୁଏ । [1] ଏହାର ଚିକିତ୍ସାର ସେକର ଭୂମିକା ଅଛି । [3] ଆଇବୁପ୍ରୋଫେନ, ହରମୋନାଲ ଜନ୍ମ ନିରୋଧ ଓ ପ୍ରଜେସ୍ଟେରନ ମିଶ୍ରତ ଆୟୁଡି ଇତ୍ୟାଦି ଆବଶ୍ୟକ ସ୍ଥଳେ ଦିଆଯାଏ । [3][1] ଭିଟାମିନ ବି ଓ ମ୍ୟାଗନେସିୟମ ସାହାଯ୍ୟ କରିପାରେ । [2] ଯୋଗ, ଆକୁପଙ୍କଚର ଓ ମାଲିସ ଇତ୍ୟାଦି ଚିକିତ୍ସାର ଉପକାରୀତା ଯଥେଷ୍ଟ ପ୍ରମାଣିତ ହୋଇନାହିଁ । [1] ଅନ୍ତର୍ନିହିତ ରୋଗ ଥିଲେ ଅପରେଶନ କରାଯାଏ । [2]
ପ୍ରଜନନକ୍ଷମ ବୟସରେ ୨୦ରୁ ୯୦ % ମହିଳାଙ୍କର ଋତୁଶୂଳ ହୁଏ । [1] ଏହା ଅତି ସାଧାରଣ ଋତୁସ୍ରାବ ବିକାର । [2] ପ୍ରଥମ ଋତୁସ୍ରାବ (ମେନାର୍କି) ହେବାର ଏକ ବର୍ଷ ମଧ୍ୟରେ ଏହା ଆରମ୍ଭ ହୁଏ । [1] ଏହାର କୌଣସି କାରଣ ଜଣାଯାଏ ନାହିଁ ଓ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଓ ପିଲା ହେବା ପରେ କଷ୍ଟ ହେବା କମିଯାଏ । [2]