ଅସମୀୟା ଭାଷା
ଭାରତରେ ବୋଲାଯାଉଥିବା ଆର୍ଯ୍ୟ ଭାଷା / From Wikipedia, the free encyclopedia
ଅସମୀୟା ଭାଷା ଏକ ପୂର୍ବ ଭାରତୀୟ-ଆର୍ଯ୍ୟ ଭାଷା ଓ ଭାରତର ଆସାମ ରାଜ୍ୟର ସରକାରୀ ଭାଷା । ଏଇ ଭାଷା ପ୍ରଧାନତଃ ଉତ୍ତର-ପୂର୍ବ ଭାରତର ଆସାମରେ ବ୍ୟବହାର କରା ହୁଏ । ଅରୁଣାଚଳ ପ୍ରଦେଶର କିଛି କିଛି ଜାଗାରେ ଏବଂ ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅସମିୟା ଭାଷୀ ଲୋକ ଅଛନ୍ତି । ଅସମୀୟା-ଭିତ୍ତିକ ନାଗାମିଜ ନାମର ଗୋଟିଏ କ୍ରିଓଲ ଭାଷା ନାଗାଲ୍ୟାଣ୍ଡରେ ବ୍ଯାପକଭାବେ ବ୍ଯବହାର ହୁଏ । ଭୂଟାନରେ ମଧ୍ୟ କିଛିସଂଖ୍ଯକ ଅସମୀୟା ଭାଷୀ ଲୋକ ଅଛନ୍ତି । ଆସାମରେ ଅଧୁନା ଅସମୀୟା ଭାଷୀଙ୍କ ସଂଖ୍ୟା ୧.୩୦ କୋଟିରୁ ଅଧିକ[1] ବିଶ୍ୱରେ ଅସମିୟାଭାଷୀଙ୍କ ସଂଖ୍ୟା ପ୍ରାୟ ୨ କୋଟି[2]। ଓଡ଼ିଆ ଓ ବଙ୍ଗଳା ସାଙ୍ଗେ ଅସମିୟା ଭାଷାର ଯଥେଷ୍ଟ ସମାନତା ରହିଛି । ଏହା ଅସମୀୟା ଲିପିରେ ଲେଖା ହୁଏ ।