ଜର୍ମାନୀ
କେନ୍ଦ୍ରୀୟ ୟୁରୋପୀୟ ଦେଶ / From Wikipedia, the free encyclopedia
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ସଂଘୀୟ ଜର୍ମାନ ଗଣରାଜ୍ୟ Bundesrepublik Deutschland | |||||
---|---|---|---|---|---|
| |||||
ରାଜଧାନୀ | ବର୍ଲିନ | ||||
ବୃହତ୍ତମ ସହର | capital | ||||
ସରକାରୀ ଭାଷା | ଜର୍ମାନ ଭାଷା | ||||
ଜାତୀୟତା | ଜର୍ମାନ | ||||
Government | ସଂଘୀୟ ସଂସଦୀୟ ସମ୍ବୈଧାନିକ ଗଣତନ୍ତ୍ର | ||||
• ରାଷ୍ଟ୍ରପତି | ଜୋଆଖିମ ଗୁଆକ | ||||
• ଚାନ୍ସେଲର | ଆଞ୍ଜେଲା ମର୍କେଲ | ||||
• ବୁଣ୍ଡେସ୍ତାଗର ନେତା (ବାଚସ୍ପତି) | ନରବର୍ଟ ଲାମର୍ଟ | ||||
• ବୁଣ୍ଡେସ୍ରାଟର ନେତା | ଷ୍ଟିଫାନ ୱାଇଲ | ||||
ବିଧାନ ମଣ୍ଡଳ | |||||
• ଉଚ୍ଚ ସଦନ | ବୁଣ୍ଡେସ୍ରାଟ | ||||
• ନିମ୍ନ ସଦନ | ବୁଣ୍ଡେସ୍ତାଗ | ||||
ଜର୍ମାନ ସାମ୍ରାଜ୍ୟ | |||||
• Holy Roman Empire | ୨ ଫେବୃଆରୀ ୯୬୨ | ||||
• ଜର୍ମାନ ସଂଘ | ୮ ଜୁନ ୧୮୧୫ | ||||
• ଐକୀକରଣ | ୧୮ ଜାନୁଆରୀ ୧୮୭୧ | ||||
• ସଂଘୀୟ ଗଣତନ୍ତ୍ର | ୨୩ ମେ ୧୯୪୯ | ||||
• EECର ସଂସ୍ଥାପନା] (ବର୍ତ୍ତମାନ ଇଉରୋପୀୟ ସଂଘ) | ୧ ଜାନୁଆରୀ ୧୯୫୮ | ||||
• ପୁନଃଐକୀକରଣ | ୩ ଅକ୍ଟୋବର ୧୯୯୦ | ||||
କ୍ଷେତ୍ରଫଳ | |||||
• ମୋଟ | [convert: invalid number] (୬୩ତମ) | ||||
• ଜଳଭାଗ (%) | ୨.୪୧୬ | ||||
ଲୋକସଂଖ୍ୟା | |||||
• ୨୦୧୪ estimate | 80,716,000[2] (୧୬ତମ) | ||||
• ୨୦୧୧ census | ୮୦,୨୧୯,୬୯୫[3] (୧୬ତମ) | ||||
• ଘନତା | [convert: invalid number] (୫୮ତମ) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | ୨୦୧୪ estimate | ||||
• ମୋଟ | $୩.୩୩୮ ଲକ୍ଷ କୋଟି (ଟ୍ରିଲିୟନ)[4] (୫ମ) | ||||
• ମୁଣ୍ଡପିଛା | $୪୧,୨୪୮[4] (୧୬ତମ) | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | ୨୦୧୪ estimate | ||||
• ମୋଟ | $୩.୮୭୬ ଲକ୍ଷ କୋଟି (ଟ୍ରିଲିୟନ) (୪ର୍ଥ) | ||||
• ମୁଣ୍ଡପିଛା | $୪୭,୮୯୩[4] (୧୫ତମ) | ||||
ଜିନି ଗୁଣାଙ୍କ (୨୦୧୧) | 29.0[5] low | ||||
ମାନବ ବିକାଶ ସୂଚନାଙ୍କ (୨୦୧୩) | 0.920[6] very high · ୫ମ | ||||
ମୁଦ୍ରା | ୟୁରୋ (€) (EUR) | ||||
ସମୟ ମଣ୍ଡଳ | UTC+1 (CET) | ||||
• Summer (DST) | UTC+2 (CEST) | ||||
ରାସ୍ତା ଚାଲିବା ପାଖ | ଡାହାଣ | ||||
ଟେଲିଫୋନ କୋଡ଼ | 49 | ||||
Internet TLD | .de |
ପ୍ରାଚୀନ କାଳରୁ ଜର୍ମାନିକ୍ ଜନଜାତିର ଲୋକେ ବର୍ତ୍ତମାନର ଇତ୍ତର ଜର୍ମାନୀ ଓ ଦକ୍ଷିଣ ସ୍କାଣ୍ଡିନେଭିୟା ଅଞ୍ଚଳରେ ବସବାସ କରୁଥିଲେ । ପ୍ରାଚୀନ ରୋମାନମାନେ ଏହି ଅଞ୍ଚଳର ନାମ ଦେଇଥିଲେ ଜର୍ମାନିୟା । ରୋମାନ ସାମ୍ରାଜ୍ୟର ଅଧଃପତନ ବେଳେ ଏହି ଜନଜାତି ସାମ୍ରାଜ୍ୟ ବିସ୍ତାର କରି ଅର୍ଦ୍ଧାଧିକ ଇଉରୋପକୁ ଆୟତ୍ତ କରିଥିଲେ । ଦଶମ ଶତାବ୍ଦୀରେ Holy Roman Empireରେ ସେମାନେ ଏକ କେନ୍ଦ୍ରୀୟ ସ୍ଥାନ ଗ୍ରହଣ କରିଥିଲେ । ଷୋଡଶ ଶତାବ୍ଦୀରେ ଏହି ସାମ୍ରାଜ୍ୟର ଉତ୍ତରାଞ୍ଚଳ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋଇଥିଲା । ନେପୋଲିୟନଙ୍କ ଅଧୀନସ୍ଥ ହେବା ପରେ ଜର୍ମାନ ସଂଘ ଗଠିତ ହେଲା ଯାହା ପରବର୍ତ୍ତୀ କାଳରେ ଜର୍ମାନ ଭାଷୀ ଅଞ୍ଚଳର ଐକୀକରଣ ଆନ୍ଦୋଳନର ରୂପ ନେଲା । ପ୍ରୁସିଆ ନେତୃତ୍ୱରେ ୧୮୭୧ରେ ଅଧିକାଂଶ ଜର୍ମାନ ଅଞ୍ଚଳ ସଂଗଠିତ ହୋଇଥିଲେ ।
୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା । ଯଦିଚ ଜର୍ମାନୀ ଅନେକ ବୈଜ୍ଞାନିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଣୀ ଥିଲା, ଦେଶରେ ଲାଗିରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଯାହା Great Depression ସମୟରେ ଆହୁରି ବିକୃତ ରୂପ ନେଇଥିଲା ଏବଂ ଭାର୍ସାଇଲ୍ ସନ୍ଧିରେ ଜର୍ମାନୀର ଅପମାନ ଦେଶରେ ଅତିଦକ୍ଷିଣପନ୍ଥୀ ଆନ୍ଦୋଳନକୁ ଜନ୍ମ ଦେଲା । ୧୯୩୩ରେ ଜର୍ମାନୀରେ ତୃତୀୟ ରାଇଖ ବା ନାଜି ଶାସନ ଆରମ୍ଭ ହେଲା ଯାହା ସମୟକ୍ରମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ Holocaustର କାରଣ ହୋଇଥିଲା । ୧୯୪୫ରେ ଜର୍ମାନୀର ପତନ ପରେ ମିତ୍ର ରାଷ୍ଟ୍ରମାନଙ୍କଦ୍ୱାରା ଜର୍ମାନୀ ପୂର୍ବ ଓ ପଶ୍ଚିମ ଜର୍ମାନୀରେ ବିଭାଜିତ ହେଲା । ୧୯୯୦ରେ ବର୍ଲିନ କାନ୍ଥ ଭଗ୍ନ ହେବା ପରେ ଜର୍ମାନୀର ପୁନଃଐକୀକରଣ ସମ୍ପନ୍ନ ହେଲା ।
ଜର୍ମାନୀ ପୃଥିବୀରେ ସର୍ବମୋଟ ଆନ୍ତରିକ ଉତ୍ପାଦ (GDP) ଅନୁସାରେ ଚତୁର୍ଥ ଓ କ୍ରୟ ଶକ୍ତି ସମତା (PPP) ଅନୁସାରେ ପଞ୍ଚମ ସର୍ବବୃହତ୍ ରାଷ୍ଟ୍ର । ଆମଦାନୀ ଓ ରପ୍ତାନୀ ଉଭୟରେ ଜର୍ମାନୀର ସ୍ଥାନ ପଥିବୀରେ ତୃତୀୟ । ଜର୍ମାନୀ ବିକଶିତ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଓ ଏଠାରେ ଜୀବନ-ସ୍ତର (Standard of Living) ବେଶ୍ ଉଚ୍ଚ । ଜର୍ମାନୀ ଅନେକ ଦାର୍ଶନିକ, କଳାକାର, ସଙ୍ଗୀତଜ୍ଞ, ବୈଜ୍ଞାନିକ ଓ ଉଦ୍ଭାବକଙ୍କୁ ଜନ୍ମ ଦେଇଛି । ଜର୍ମାନୀ ଏକ ବୃହତ୍ ଶକ୍ତି ଓ ଇଉରୋପୀୟ ସଂଘ ଛଡା ଜାତିସଂଘ, ନାଟୋ, ଜି ୮, ଜି ୨୦, OECD ଏବଂ ଇଉରୋପୀୟ କାଉନ୍ସିଲର ସଦସ୍ୟ ।