ପୌରୁଷ ଅସାମର୍ଥ୍ୟ
ଏହା ଏକ ଯୌନ ଅସୁବିଧା ଯେଉଁଥିରେ ସନ୍ତୋଷଜନକ ଲିଙ୍ଗ ଉତ୍ଥାନ ହୁଏନାହିଁ । / From Wikipedia, the free encyclopedia
ପୌରୁଷ ଅସାମର୍ଥ୍ୟ, (ଇରେକ୍ଟାଇଲ୍ ଡିସଫଙ୍କସନ ( ଇଡି )), ହେଉଛି ଯୌନ ଅସୁବିଧା ଯେଉଁଥିରେ ସନ୍ତୋଷଜନକ ଲିଙ୍ଗ ଉତ୍ଥାନ ହୁଏନାହିଁ ।[1] ଏହା ଏକ ସ୍ୱଳ୍ପ କିମ୍ବା ଦୀର୍ଘକାଳୀନ ପ୍ରସଙ୍ଗ ହୋଇପାରେ ।[1] ଏହା ଜୀବନର ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ ଏବଂ ଉଦାସୀନତା, ଉଦ୍ବେଗ କିମ୍ବା ଅନୁର୍ବରତା ସୃଷ୍ଟି କରିପାରେ ।[1]
Erectile dysfunction | |
---|---|
Impotence | |
ବିଭାଗ | Urology |
ଲକ୍ଷଣ | Inability to gain or maintain an erection[1] |
ବିପଦ କାରକ | Diabetes, heart disease, being overweight, kidney problems, smoking, alcohol,, anxiety, certain medications[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[3] |
ଔଷଧ | Sildenafil, alprostadil[4] |
ଚିକିତ୍ସା | Lifestyle changes, counselling, medication, surgery[4] |
Prognosis | Depends on the cause[5] |
ପୁନଃପୌନିକ | Very common (>150 million people globally)[1][5] |
ମଧୁମେହ, ହୃଦ ରୋଗ, ଅଧିକ ଓଜନ, ବୃକ୍କ ସମସ୍ୟା, ଧୂମପାନ, ମଦ୍ୟପାନ, ଚିନ୍ତା ଏବଂ କେତେକ ଔଷଧ ମଧ୍ୟ ଏହି ବିପଦ ସୃଷ୍ଟି କରିପାରେ ।[2] ଏଥିରେ ଅନ୍ତର୍ଭୁକ୍ତ ଔଷଧଗୁଡ଼ିକର ନାମ ମଧ୍ୟରେ ରକ୍ତଚାପ ନିମିତ୍ତ ଔଷଧ, ଆଣ୍ଟିଆଣ୍ଡ୍ରୋଜେନ୍, ବେଞ୍ଜୋଡାଏଜେପିନ୍ ଏବଂ ଆଣ୍ଟିଡିପ୍ରେସାଣ୍ଟ ଉଲ୍ଲେଖନୀୟ ।[2] ପ୍ରୋଷ୍ଟେଟ ଅସ୍ତ୍ରୋପଚାର ଭଳି କେତେକ ପ୍ରକ୍ରିୟା ପରେ ଏହା ମଧ୍ୟ ହୋଇପାରେ ।[2] ଲକ୍ଷଣ ଏବଂ ପରୀକ୍ଷା ଉପରେ ଏହା ନିର୍ଣ୍ଣୟ କରାଯାଏ ।[3]
ଏହାର ଚିକିତ୍ସାରେ ଅନ୍ତର୍ନିହିତ କାରଣର ଦୂରୀକରଣ, ଜୀବନ ଶୈଳୀ ପରିବର୍ତ୍ତନ, ଏବଂ ପରାମର୍ଶ ଅନ୍ତର୍ଭୁକ୍ତ ହୋଇଥାଏ ।[4] ସିଲଡେନାଫିଲ ( ପିଡିଇଏଫ ଇନହିବିଟର ) ଭଳି ଔଷଧ ବ୍ୟବହାର କରାଯାଇପାରେ ।[4] ଅନ୍ୟ ବିକଳ୍ପଗୁଡ଼ିକରେ ଆଲପ୍ରୋଷ୍ଟାଡିଲ୍ କିମ୍ବା ଲିଙ୍ଗ ପମ୍ପ ବ୍ୟବହାର କରାଯାଇପାରେ । ଯଦି ଏହି ପଦକ୍ଷେପଗୁଡିକ ପ୍ରଭାବଶାଳୀ ନ ହେଲେ ଏକ ଲିଙ୍ଗ ପ୍ରତିରୋପଣ କିମ୍ବା ଭାସ୍କୁଲାର ପୁନର୍ନିମାଣ ଏକ ବିକଳ୍ପ ହୋଇପାରେ ।[4] କାରଣ ଉପରେ ଫଳାଫଳନିର୍ଭର କରେ ।[5]
ଯୁକ୍ତରାଷ୍ଟ୍ରରେ ପୌରୁଷ ଅସାମର୍ଥ୍ୟ ଅତି ସାଧାରଣ କଥା ଯେଉଁଥିରେ ପ୍ରାୟ ୩୦ ନିୟୁତ ପୁରୁଷ ପ୍ରଭାବିତ ହୋଇଥାଆନ୍ତି ।[1] ବୟସ ବୃଦ୍ଧି ସହିତ ଏହା ଅଧିକ ସାଧାରଣ ହେଲେ ମଧ୍ୟ ଏହା ବୃଦ୍ଧାବସ୍ଥାର ଏକ ସାଧାରଣ ଅଂଶ ନୁହେଁ ।[1] ୪୦ ବର୍ଷରୁ ଅଧିକ ପୁରୁଷଙ୍କ ମଧ୍ୟରୁ ଅର୍ଦ୍ଧେକ ଲୋକ ପ୍ରଭାବିତ ହୋଇପାରନ୍ତି ।[5] ସମଗ୍ର ବିଶ୍ୱରେ ଲୋକମାନେ ପ୍ରଭାବିତ ହୁଅନ୍ତି ।[5]