ବଙ୍ଗଳା ଭାଷା
From Wikipedia, the free encyclopedia
ବଙ୍ଗଳା ଭାଷା (/bɛnˈɡɔːli/),[2] ଏହାର ଅନ୍ୟନାମ "ବାଂଲା" (UK: /ˈbʌŋlə/; বাংলা) ନାମରେ ମଧ୍ୟ ପରିଚିତ) ଏକ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା । ଏହା ପ୍ରାଥମିକ ଭାବେ ବଙ୍ଗାଳୀମାନଙ୍କଦ୍ୱାରା ଭାରତୀୟ ଉପମହାଦେଶରେ କଥିତ । ଏହା ବଙ୍ଗଳାଦେଶର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ ହିନ୍ଦୀ ପରେ ଭାରତର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ୱିତୀୟ ବହୁଳ କଥିତ ଭାଷା ।
ବଙ୍ଗଳା | |
---|---|
বাংলা Bangla | |
Native to | ବାଁଲାଦେଶ, ଭାରତରେ ମୁଖ୍ୟତଃ ପଶ୍ଚିମବଙ୍ଗ, ପାକିସ୍ତାନ and significant communities in ୟୁନାଇଟେଡ କିଙ୍ଗଡମ, ଆମେରିକା, ପାକିସ୍ତାନ, ସାଉଦି ଆରବ, ମାଲେସିଆ, ସିଙ୍ଗାପୁର, ୟୁନାଇଟେଡ଼ ଆରବ ଏମିରଟ, ଅଷ୍ଟ୍ରେଲିଆ, ବର୍ମା, କାନାଡା |
ଅଞ୍ଚଳ | ବାଁଲାଦେଶ, ନେପାଳ, ପଶ୍ଚିମବଙ୍ଗ, ତ୍ରିପୁରା, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା, ବିହାର. Widely spoken in ନୂଆ ଦିଲ୍ଲୀ, ମୁମ୍ବାଇ and ବେଙ୍ଗାଳୁରୁ. Prominent speakers in Pune, ହାଇଦ୍ରାବାଦ and ଚେନ୍ନାଇ. |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[1] |
ଇଣ୍ଡୋ-ଇଉରୋପୀୟ
| |
ବଙ୍ଗଳା ଲିପି | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | ବଙ୍ଗଳାଦେଶ, ଭାରତ (ପଶ୍ଚିମବଙ୍ଗ, ତ୍ରିପୁରା and ବାରାକ ଉପତ୍ୟକା) (ଆସାମର କାଛାର, କରିମଗଞ୍ଜ ଓ ହାଇଲାକାଣ୍ଡି) |
Regulated by | ବଙ୍ଗଳା ଏକାଡେମୀ (ବଙ୍ଗଳାଦେଶ) Paschimbanga Bangla Akademi (ପଶ୍ଚିମବଙ୍ଗ) |
ଭାଷା କୋଡ୍ | |
ISO ୬୩୯-୧ | bn |
ISO ୬୩୯-୨ | ben |
ISO ୬୩୯-୩ | ben |
Linguasphere |
|
ବଙ୍ଗଳା କଥିତ ଅଞ୍ଚଳ |
ବଙ୍ଗଳାଦେଶର ସରକାରୀ ଜାତୀୟ ଭାଷା ଏହାର ଆଧୁନିକ ମାନକ ବଙ୍ଗଳା ବା ସାହିତ୍ୟ ବଙ୍ଗଳା ।[3][4][5][6] । ବଙ୍ଗଳାଦେଶର ୯୮% ଲୋକ ଅନର୍ଗଳ ନିଜ ମାତୃଭାଷା ଭାବେ ବଙ୍ଗଳାରେ କଥାବାର୍ତ୍ତା କରିପାରନ୍ତି ଓ ଏହା ଦେଶର ମୁଖ୍ୟ ଭାବ ବିନିମୟର ଭାଷା ।[7][8] ଭାରତ ମଧ୍ୟରେ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମର ବରାକ ଉପତ୍ୟକାରେ ବଙ୍ଗଳା ସରକାରୀ ଭାଷା । ଏହା ଆସାମର ବ୍ରହ୍ମପୁତ୍ର ଉପତ୍ୟକାର ବିଭିନ୍ନ ଅଂଶରେ କଥିତ । ଏହାଛଡ଼ା ବହୁଳ ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହା ପ୍ରଚଳିତ[9] ଏବଂ ବିହାର, ଝାଡ଼ଖଣ୍ଡ, ମିଜୋରାମ, ନାଗାଲ୍ୟାଣ୍ଡ ଓ ଓଡ଼ିଶାରେ ଉଲ୍ଲେଖଯୋଗ୍ୟ ସଂଖ୍ୟାଲଘୁଙ୍କଦ୍ୱାରା କଥିତ । ବିଶ୍ୱବ୍ୟାପୀ ମୋଟ ପ୍ରାୟ ୨୫୦ – ୩୦୦ ମିଲିୟନ ଭାଷାଭାଷୀଙ୍କଦ୍ୱାରା କଥିତ[10] ବଙ୍ଗଳା ଜନସଂଖ୍ୟା ଅନୁସାରେ ବିଶ୍ୱର ସପ୍ତମ ଅଧିକ କଥିତ ଭାଷା ।[11][12]