ବେଲୁନ ଟାମ୍ପୋନେଡ
ପାକସ୍ଥଳୀରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ ଏହା ଦିଆଯାଏ । / From Wikipedia, the free encyclopedia
ବେଲୁନ ଟାମ୍ପୋନେଡ କାମରେ ଗ୍ରାସନଳୀ ବା ପାକସ୍ଥଳୀରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ ଏକ ବେଲୁନ ଭର୍ତ୍ତି କରାଯାଏ । [1] ଏହି ପଦକ୍ଷେପ ନିଆଯାଏ ଯେତେବେଳେ ପାକସ୍ଥଳୀ ବା ଗ୍ରାସନଳୀରୁ ରକ୍ତସ୍ରାବ ଅନ୍ୟ କୌଣସି ଉପାୟରେ ବନ୍ଦ ହୁଏନାହିଁ ।[2]
ଭାରିସେସରୁ ରକ୍ତସ୍ରାବ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ସିରୋସିସ୍ । [1] ଏହି ଉପକରଣଗୁଡ଼ିକ ସାଧାରଣତ କେବଳ ସେହି ଲୋକମାନଙ୍କଠାରେ ବ୍ୟବହୃତ ହୁଏ ଯେଉଁମାନେ ହେମୋଡାଇନାମିକାଲି ଅସ୍ଥିର ଅଟନ୍ତି | [2] ସମ୍ପ୍ରତି ଗ୍ରାସନଳୀ ସଂକୀର୍ଣ୍ଣ ଥିଲେ ବା ଅସ୍ତ୍ରୋପଚାର ହୋଇଥିଲେ ବେଏଲୁନ ଦିଆଯାଏ ନାହିଁ । [2]
ପ୍ରଥମେ ଇନଟ୍ୟୁବେସନ କରାଯାଏ ଓ ତା’ପରେ ବ୍ୟକ୍ତିଙ୍କୁ ୪୫ ଡିଗ୍ରୀ କୋଣରେରେ ରଖାଯାଏ । [1] ଉପକରଣରେ କଣା ନଥିବା ଯାଞ୍ଚ କରାଯାଏ ଯେପରି କୌଣସି ଲିକ୍ ରହିବନି । [2] ଏହା ପାଟି ବାଟ ଦେଇ ପାକସ୍ଥଳୀରେ ଭର୍ତ୍ତି କରି ବେଲୁନରେ ୫୦ ମିଲି ମିଟର ବାୟୁ ମିଶାଯାଏ ।| [2] ସଠିକ ସ୍ଥାନରେ ରହିବା ଯାଞ୍ଚ କରିବା ପାଇଁ ଏକ ଏକ୍ସ-ରେ କରାଯାଏ ଏବଂ ଥରେ ନିଶ୍ଚିତ ହେବା ପରେ ଅଧିକ ବାୟୁ ଯୋଗ କରାଯାଏ । [2] ଏହା ପରେ ଟାଣିବା ବା ଟ୍ରାକ୍ସନ୍ କରାଯାଏ । [2] ଏହା ପରେ ଆଉ ଥରେ ରକ୍ତସ୍ରାବ ଯାଞ୍ଚ କରାଯାଏ ଯଦି ତଥାପି ସ୍ରାବ ଥାଏ ତେବେ ମାନିମିଟର ବ୍ୟବହାର କରି ଏସୋଫେଜ୍ ବେଲୁନ୍ ଫୁଲେଇ ଦିଆଯାଏ । [2]
ବେଲିନ ଭର୍ତ୍ତି କରି ସାରିବା ପରେ, ଅଧିକ ଚିକିତ୍ସା ଆବଶ୍ୟକ । [1] ଜଟିଳତା ମଧ୍ୟରେ ବାୟୁପଥରେ ଅବରୋଧ, ଗ୍ରାସନଳୀ ଫାଟିବା ଏବଂ ଆସ୍ୋଇରେସନ ନିମୋନିଆ ହୋଇପାରେ । [2] ଏହି ପ୍ରଣାଳୀ କ୍ୱଚିତ୍ ବ୍ୟବହାର କରାଯାଇଥାଏ । [2] ବିକଶିତ ହୋଇଥିବା ପ୍ରଥମ ଉପକରଣ ହେଉଛି ୧୯୫୦ ଦଶକର ସେଙ୍ଗଷ୍ଟାକେନ୍-ବ୍ଲାକେମୋର ନଳୀ । [2] ଉପକରଣର ଅନ୍ୟାନ୍ୟ ସଂସ୍କରଣରେ ମିନେସୋଟା ନଳୀଏବଂ ଲିଣ୍ଟନ୍ ନଳୀ ଅନ୍ତର୍ଭୁକ୍ତ । [2] [3]