ତୀବ୍ର ଅଙ୍ଗ ଇସ୍କେମିଆ
ଥ୍ରୋମ୍ବୋସିସ ଯୋଗୁ ରକ୍ତ ହୀନତା ହୁଏ । / From Wikipedia, the free encyclopedia
ତୀବ୍ର ଅଙ୍ଗ ଇସ୍କେମିଆ ( ALI ) ରୋଗ ହେଲେରେ ଅବୟବରେ ରକ୍ତ ପ୍ରବାହ ହଠାତ୍ ହ୍ରାସ ହୁଏ । [4] ରୋଗର ଲକ୍ଷଣଗୁଡିକରେ ଅବୟବ ଫିକା ଦେଖାଯାଏ, କାଲୁଆ, ଯନ୍ତ୍ରଣାଦାୟକ, ଚଳତ୍ ଶକ୍ତିହୀନ, ନାଡ଼ିହୀନ ଏବଂ ଅବୟବ ଥଣ୍ଡା ଲାଗେ ।[5] ଯେ କୌଣସି ଅଙ୍ଗ ଜଡିତ ହୋଇପାରେ, ଗୋଡ ସାଧାରଣତଃ ପ୍ରଭାବିତ ହୋଇଥାଏ । [1] ରୋଗ ଜଟିଳ ହେଲେ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ । [1]
Acute limb ischaemia | |
---|---|
Acute limb ischemia, acute arterial occlusion | |
ବିଭାଗ | Vascular surgery |
ଲକ୍ଷଣ | Pale, painful, numb, immobile, pulseless, cool limb[1] |
ଆକ୍ରାନ୍ତ ସମୟ | Hours to days[2] |
କାରଣ | Thrombosis, embolism, dissection, trauma[2] |
ବିପଦ କାରକ | Smoking, diabetes, obesity, sedentary lifestyle, family history, high cholesterol, high blood pressure, atrial fibrillation[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, confirmed by CT angiogram[1] |
ସଠିକ ରୋଗ ନିର୍ଣ୍ଣୟ | Chronic limb ischemia[2] |
ଔଷଧ | Unfractionated heparin, pain management[1] |
ଚିକିତ୍ସା | Surgery, thrombolysis[1] |
ପୁନଃପୌନିକ | 15 to 22 per 100,000 per year[1][3] |
ପ୍ରାନ୍ତୀୟ ଧମନୀ ରୋଗ ଥିଲେ ଥ୍ରୋମ୍ବୋସିସ ହେବା ଏହାର ସାଧାରଣ କାରଣ (PAD) ଚିବେଚିତ ହୋଇଥାଏ । [5] ଅନ୍ୟାନ୍ୟ କାରଣ ମଧ୍ୟରେ ଏମ୍ବୋଲିଜ୍ମ, ଡିସେକସନ କିମ୍ବା ଆଘାତ ହୋଇପାରେ । [6] ଧୂମପାନ, ମଧୁମେହ, ମେଦବହୁଳତା, ଏକାକୀ ଜୀବନ, ପାରିବାରିକ ଇତିହାସ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପ ଭଳି ବିପଦ କାରକଗୁଡ଼ିକ ଯୋଗୁ ଏହି ରୋଗ ହୋଇପାରେ । [1] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ସିଟି ଅଞ୍ଜିଓଗ୍ରାମ କରି ନିଶ୍ଚିତ କରାଯାଇଥାଏ। [1] କ୍ରନିକ ଅଙ୍ଗ ଇସ୍କେମିଆରେ ଲକ୍ଷଣ ଧୀରେ ଧୀରେ ବିକଶିତ ହୁଏ, କୌଣସି ନାଡି ନ ଥାଇପାରେ ଓ ୨ ସପ୍ତାହରୁ ଅଧିକ ସମୟ ଲକ୍ଷଣ ଦେଖାଯାଏ । [7]
ଚିକିତ୍ସା ସାଧାରଣତଃ ତୁରନ୍ତ ଅସ୍ତ୍ରୋପଚାରଦ୍ୱାରା ହୋଇଥାଏ; ଯେଉଁଥିରେ ସର୍ଜିକାଲ ବାଇପାସ, ଏଣ୍ଡଆର୍ଟେରେଲ୍ଟୋମି କିମ୍ବାଏମ୍ବୋଲେକ୍ଟୋମି କରାଯାଏ । [1] ଅସ୍ତ୍ରୋପଚାରକୁ ଅପେକ୍ଷା କରିବା ସମୟରେ ଅବିଭକ୍ତ ହେପାରିନ୍ ଏବଂ ଯନ୍ତ୍ରଣା ନିବାରକ ଔଷଧ ବାରମ୍ବାର ପ୍ରଦାନ କରାଯାଏ । [1] ଯଦି ଚିକିତ୍ସା ବିଳମ୍ବ ହୁଏ ତେବେ ଆମ୍ପ୍ୟୁଟେସନ୍ ଆବଶ୍ୟକ ହୋଇପାରେ । [1] ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ପ୍ରାୟ ୧୫% ଲୋକ ଏକ ବର୍ଷ ମଧ୍ୟରେ ମୃତ୍ୟୁବରଣ କରନ୍ତି । [6]
ପ୍ରତିବର୍ଷ ଏହି ରୋଗରେ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୫ରୁ ୨୨ ଜଣ ପିଡ଼ିତ ହୋଇଥାଅନ୍ତି ।[5] [4] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[1] [8] [1] ପ୍ରୟ ୭୫ ବର୍ଷ ବୟସରେ ଏହି ରୋଗ ହୁଏ । ଇସକେମିଆ ଶବ୍ଦଟି ଗ୍ରୀକ୍ ଭାଷାରୁ ନିଆଯାଇଛି; ଇସ୍କିନ୍ର ଅର୍ଥ ହେଉଛି "ଧରିବା" ଏବଂ ହାମା ଅର୍ଥ "ରକ୍ତ" । [9]